ବୋରିଗୁମ୍ମା ବସ୍ ଷ୍ଟାଣ୍ଡ ନିକଟରେ ଲାଗିଗଲା ନିଆଁ, ହାଇଦ୍ରାବାଦରୁ ସିନାପାଲି ଯାଉଥିଲା ଗୁପ୍ତା
24/08/2023 at 9:09 AM

ବୋରିଗୁମ୍ମା ୨୪/୦୮: ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଗୁରୁବାର ସକାଳୁ ହାଇଦ୍ରାବାଦ ଠାରୁ ସିନାପାଲି ଯାଉଥିବା ଗୁପ୍ତା ବସରେ ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ଲାଗିଥିଲା ନିଆଁ । ତେବେ ଅଳ୍ପକେ ବର୍ତ୍ତିଥିଲେ ଯାତ୍ରୀ ।
ସୂଚନା ଥାଉକି, ବସ୍ଟି ବୋରିଗୁମ୍ମା ବସଷ୍ଟାଣ୍ଡରେ ଠିଆ ହେଇଥିବା ସମୟରେ ଟାୟାର ଫାଟି ହଟାତ ନିଆଁ ଲାଗି ଯାଇଥିଲା । ବସ୍ରେ ନିଆଁ ଲାଗିବା ଫଳରେ ସମସ୍ତ ଯାତ୍ରୀ ସଙ୍ଗେ ସଙ୍ଗେ ଓହ୍ଲାଇ ପଡ଼ିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ଗାଡ଼ି ପହଂଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ବସ୍ ଏବଂ ଯାତ୍ରୀଙ୍କ ଆସବାବ ପତ୍ର ସବୁ ଜଳି ଛାରଖାର ହୋଇଯାଇଛି ।
Related Posts
ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ
4 December 2023
ମଦ ପିଇବାକୁ ଟଙ୍କା ମାଗୁଥିଲା ସ୍ୱାମୀ, ହାଣିଦେଲା ସ୍ତ୍ରୀ
4 December 2023