ପର୍ଯ୍ୟଟକଙ୍କୁ ନୂଆ ଭେଟି : ନନ୍ଦନକାନନରେ ପୁଣି ଆରମ୍ଭ ହେବ ଜଙ୍ଗଲ ସଫାରୀ

Published By : Prameya-News7 Bureau | August 16, 2021 IST

ଭୁବନେଶ୍ୱର, ୧୬|୦୮:  ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ପାର୍ବଣ ଋତୁ ଆରମ୍ଭକୁ ଦୃଷ୍ଟିରେ ରଖି ନନ୍ଦନକାନନ ପର୍ଯ୍ୟଟକଙ୍କୁ ଦେଲା ନୂଆ ଭେଟି। ଦେଢ଼ ବର୍ଷ ପରେ ସୋମବାରଠୁ ଚାଲିବ ବସ ଜଙ୍ଗଲ ସଫରୀ।

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଚାଲିବ ସଫାରୀ ବସ। ପର୍ଯ୍ୟଟକମାନେ ନନ୍ଦନକାନନର ପଛପଟ ୯ ନମ୍ବର ଗେଟ ସଫାରୀ ବସ ଷ୍ଟାଣ୍ଡ ଠାରେ ଟିକେଟ କାଟି ୪ ଟି ସଫାରୀର ମଜା ନେଇପାରିବେ। ପ୍ରଥମେ ୩୪ଟି ସିଟ ବିଶିଷ୍ଟ ୨ଟି ସଫାରୀ ବସକୁ ଚାଲୁ କରାଯିବ। ପ୍ରତି ପଯ୍ୟଟକଙ୍କ ପାଇଁ ୬୦ଟଙ୍କା ସଫାରୀ ଟିକେଟ ଧାର୍ଯ୍ୟ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ଉପ ନିର୍ଦେଶକ ଡକ୍ତର ସଂଜୀବ କୁମାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.