ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ହେଲ୍ପର୍ ଆହତ
16/08/2022 at 7:47 PM

ଭଦ୍ରକ, ୧୬/୦୮: ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଡାହାଣିଗଢିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ଟ୍ରକଟି ପଛ ଆଡକୁ ଆସୁଥିବା ବେଳେ ବସଟି ପଛ ଆଡୁ ଧକ୍କା ଦେଇଛି । ବାଲେଶ୍ୱରରୁ ଭୁବନେଶ୍ୱର ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଫଳରେ ବସ୍ର ହେଲପର ଆହତ ହୋଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023