ଓଭରଲୋଡ଼ିଂ ପାଇଁ ଲାଗିଲା ଜରିମାନା, ବସ୍ଠୁ ଫାଇନ୍ ଆଦାୟ କଲା ଆଞ୍ଚଳିକ ପରିବହନ ବିଭାଗ
28/11/2020 at 9:26 AM

ଭଦ୍ରକ ୨୮।୧୧ : ଓଭରଲୋଡ଼ିଂ ପାଇଁ ପୁଣି ଲାଗିଲା ଜରିମାନା । ଭଦ୍ରକ ବାଇପାସ୍ ନିକଟରେ ଏକ ବସ୍କୁ ଓଭରଲୋଡିଂ ପୋଇ ଜରିମାନ ଲଗାଇଛି ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ । ଗାଡ଼ି ଉପରେ ୧୦ହଜାର ଟଙ୍କାର ଜରିମାନା ଲାଗାଯାଇଥିବାର ସୂଚନା ମିଳିଛି ।
ଖବର ଅନୁଯାୟୀ, ଭଦ୍ରକ ବାଇପାସ୍ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବସ୍ ଉପରେ ଜରିମାନା ଲଗାଇଛି ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ । ଆବଶ୍ୟକ ଠାରୁ ଅଧିକ ଲୋକ ଲୋକ ନେବା ଅଭିଯୋଗରେ ଜରିମାନା ଲଗାଯାଇଛି । ସଙ୍ଗୀତା ନାମକ ବସ୍କୁ ୧୦ହଜାର ଟଙ୍କାର ଜରିମାନା ଲଗାଇଛି ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ । ତେବେ ବର୍ତ୍ତମାନ ସୁଦ୍ଧା ବସ୍ଟି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଥିଲା , ତାହା ସ୍ପଷ୍ଟ ହୋଇନାହିଁ ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023