ବଢିଲା ବସ୍ ଭଡା : ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କି.ମି. ପିଛା ୧ ପଇସା ବୃଦ୍ଧି

Published By : Prameya-News7 Bureau | July 11, 2019 IST

କଟକ ୧୧|୭: କେନ୍ଦ୍ର ବଜେଟର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ଫଳରେ ଆଜିଠାରୁ ନୂଆ ବସ୍ ଭଡା ଲାଗୁ ହୋଇଛି । ନୂତନ ଭଡା ନିର୍ଦ୍ଧାରଣ ଲାଗି ଆଜି ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଥିଲା । କମିଟିର ନିଷ୍ପତ୍ତି ମୁତାବକ ଅର୍ଡିନାରି ଓ ଏକ୍ସପ୍ରେସ ବସ୍‌ର ଭଡା ୧ ପଇସା ବଢିଥିବା ବେଳେ, ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ର ଭଡା କିଲୋମିଟର ପିଛା ୨ ପଇସା ଲେଖାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ଅର୍ଡିନାରି ବସ୍ ଭଡା କିଲୋମିଟର ପିଛା ୬୮ ପଇସା ଥିଲା ଯାହା ଏଣିକି ୬୯ ପଇସା ହେବ । ଏକ୍ସପ୍ରେସ ବସ୍‌ର ଭଡା କିଲୋମିଟର ପିଛା ୭୧ ପଇସାରୁ ୭୨ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଡିଲକ୍ସ ବସ୍‌ ପୂର୍ବରୁ କିଲୋମିଟର ପିଛା ୯୭ ପଇସା ଥିଲା । ଯାହା ଏବେ ଠାରୁ ୯୯ ପଇସା ହେବ ଏବଂ ଏସି ଡିଲକ୍ସ ବସ୍‌ର ଭଡା କିଲୋମିଟର ପିଛା ୧ ଟଙ୍କା ୧୦ ପଇସାରୁ ୧ ଟଙ୍କା ୧୨ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.