ବସ୍ ଭଡା ବଢିଲା : ସାଧାରଣ ବସ୍‌ରେ କିଲୋମିଟରକୁ ୧ ପଇସା, ଏସି ଡିଲକ୍ସରେ ୨ ପଇସା ବୃଦ୍ଧି

Published By : Prameya-News7 Bureau | December 07, 2020 IST

କଟକ ୦୭।୧୨: ରାଜ୍ୟରେ ପୁଣି ବଢିଲା ବସ୍‌ ଭଡ଼ା । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି । ଖାସ୍‌ କରି ଗତ କିଛି ଦିନ ହେଲା ଯେପରି ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଥିଲା । ଯାହାଫଳରେ କି ଏବେ ଡିଜେଲ୍‌ର ଦର ବୃଦ୍ଧି ଏବେ ସାଧାରଣଲୋକଙ୍କ ଉପରେ ପଡିବ ।

ବର୍ଦ୍ଧିତ ଭଡା ଅନୁଯାୟୀ , ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ଏକ ପଇସା ଲେଖାଏ ବଢିଛି । ସାଧାରଣ ବସ୍ ଭଡା ୭୨ ପଇସାରୁ ୭୩ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଏକ୍ସପ୍ରେସ୍‌ ବସ୍ ଭଡା ୭୫ ପାଇସାରୁ ୭୬ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡା ଦୁଇ ପଇସା ଲେଖାଏଁ ବୃଦ୍ଧି କରାଯାଇଛି  । ଡିଲକ୍ସ ବସ୍ ଭଡା ୧ ଟଙ୍କା ୫ ପଇସାରୁ ୧ ଟଙ୍କା ୭ ପଇସାକୁ ବୃଦ୍ଧି ପାଇଥିବା ବେଳେ  ଏସି ଡିଲକ୍ସ ବସ ଭଡା ୧ ଟଙ୍କା ୨୭ ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି କରାଯାଇଛି ।  

wp:core-embed/wordpress {"url":"http://www.prameyanews7.com/petrol-and-diesel-price-in-india-2/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/petrol-and-diesel-price-in-india-2/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.