ବଢ଼ିଲା ବସ ଭଡା
16/09/2018 at 12:58 PM

ଭୁବନେଶ୍ୱର ୧୬/୯ : ଶନିବାର ବସ ଭଡା ବଢ଼ାଇଛନ୍ତି ରାଜ୍ୟ ସରକାର | ବସ ଭଡା ବୃଦ୍ଧି ପାଇବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି | ଗତ କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବାରୁ ସରକାର ବସ ଭଡା ବଢ଼ାଇଛନ୍ତି | ସାଧାରଣ ଓ ଏକ୍ସପ୍ରେସ ବସ ଭଡା କି:ମି: ପିଛା ୨ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା ୪ ପଇସାକୁ ବୃଦ୍ଧି କରାଯାଇଛି | ଫଳରେ ସାଧାରଣ ବସ ଭଡା କି:ମି: କୁ ୭୦ ପଇସା ଥିବା ବେଳେ ତାହା ଏବେ ୭୨ ପଇସା ଓ ଏକ୍ସପ୍ରେସ ବସ ଭଡା କି:ମି: ୭୩ ରୁ ବୃଦ୍ଧି ପାଇ ୭୫ ପଇସା ହୋଇଛି | ଡିଲକ୍ସ ଏସି ୧୨୩ ପଇସା ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨୭ ପଇସା ହୋଇଛି |
Related Posts
ରଙ୍ଗର ବାଦଶାହ ଅଶ୍ୱୀନ୍ ଦାନୀ; ସହରରେ ତାଙ୍କ ପରିକଳ୍ପିତ ରଙ୍ଗର ପ୍ରତିଛବି
29 September 2023