ଝାଡଖଣ୍ଡରେ ନଦୀକୁ ଓଲଟିଲା ଯାତ୍ରୀବାହୀ ବସ, ୨୫ ଯାତ୍ରୀଙ୍କ ବୁଡିବା ଆଶଂକା

Published By : Prameya-News7 Bureau | August 05, 2023 IST

ରାଞ୍ଚି: ଝାଡଖଣ୍ଡର ଗିରିଡିହରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ରାଞ୍ଚିରୁ ଗିରିଡିହ ଯାଉଥିବା ଯାତ୍ରୀବାସୀ ବସ ନଦୀକୁ ଖସିପଡିଛି । ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଛି । ବର୍ତ୍ତମାନ ମୃତାହତଙ୍କ ବିଷୟରେ କୌଣସି ସୂଚନା ମିଳି ନାହିଁ । ପୋଲିସ, ସ୍ଥାନୀୟ ଲୋକେ ମିଶି ଉଦ୍ଧାରକାର୍ଯ୍ୟ କରୁଛନ୍ତି । କୁହାଯାଉଛି ଯେ ବସରେ ପ୍ରାୟ ୩୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଘଟଣାସ୍ଥଳରେ ଗିରିଡିହ କମିଶନର ଏବଂ ଏସପି ପହଞ୍ଚିଛନ୍ତି ।

ପଢନ୍ତୁ: ମର୍ମନ୍ତୁଦ ଦୁର୍ଘଟଣା : ଟ୍ରାକ୍ଟର-ଟ୍ରକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ୫ ଜୀବନ

ଖବର ଅନୁସାରେ ଯାତ୍ରୀବାହୀ ବସଟି ରାଞ୍ଚରୁ ଗିରିଡିହ ଯାତ୍ରା କରୁଥିଲା । ତେବେ ବସଟି ନିୟନ୍ତ୍ରଣ ହରାଇ ନଦୀକୁ ଓଲଟି ପଡିଥିଲା । ବସଟି ଦ୍ରୁତ ଗତିରେ ଯାଉଥିବା କୁହାଯାଉଛି । ମୃତାହତ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସଂଖ୍ୟା ସାମନାସୁ ଆସି ନାହିଁ । କୁହାଯାଉଛି ଯେ ବସ ଦୁର୍ଘଟଣା ପରେ ସେଠାରେ କୋଳାହାଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକମାନେ ହିଁ ପୋଲିସକୁ ଦୁର୍ଘଟଣା ବାବଦରେ ସୂଚନା ଦେଇଥିଲେ । ତେବେ ବସରେ ଥିବା ୨୫ ଜଣ ଯାତ୍ରୀ ବୁଡିଥିବା ଆଶଂକା କରାଯାଉଛି ।

ବିଜେପି ରାଜ୍ୟ ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାର୍ଣ୍ଡି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣା ଉପରେ ବାବୁଲାଲ ମାର୍ଣ୍ଡି ଦୁଃଖ ପ୍ରକାଶ କରିଛନ୍ତି ।

Also Read: ମର୍ମନ୍ତୁଦ ଦୁର୍ଘଟଣା; ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ୩ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.