ପୋଖରୀ ଭିତରକୁ ପଶିଗଲା ଯାତ୍ରୀବାହୀ ବସ, ଥିଲେ ୪୦ ଯାତ୍ରୀ

Published By : Prameya-News7 Bureau | September 27, 2022 IST

ଭୋଗରାଇ, ୨୭/୦୯: ଯାତ୍ରାବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ । ପଶ୍ଚିମବଙ୍ଗର ହାଳଦିଆର ବାଲୁଘାଟା ଠାରୁ କୁକୁଟାହାଟି ଅଭିମୁଖେ ଯାତ୍ରୀ ପରିବହନ କରୁଥିବା ଏକ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣା ହେତୁ ଅଧିକାଂଶ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି । ଆହତମାନଙ୍କୁ ଶୀଘ୍ର ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସକାଳ ୧୧ଟା ସମୟରେ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଥିବା ଏକ ପୋଖରୀରେ ଖସିପଡିଥିଲା। ଏହି ଘଟଣା ଦେଖି ସ୍ଥାନୀୟ ଲୋକମାନେ ଶୀଘ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯାତ୍ରୀମାନଙ୍କୁ ବସରୁ ଶୀଘ୍ର ଉଦ୍ଧାର କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ବସ୍‌ର ଅଧିକାଂଶ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । କିନ୍ତୁ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ବୁଡ଼ି ନଥିବାରୁ ଯାତ୍ରୀମାନେ ଉଦ୍ଧାର ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.