ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

କରୋନା ପାଇଁ ପରିବହନ ବିଭାଗର କଟକଣା : ବସ୍ ହେବ ସାନିଟାଇଜ୍, ଓଭରଲୋଡ୍ ମନା, ଯାତ୍ରୀ ଏବଂ ବସ୍ କର୍ମଚାରୀ ପିନ୍ଧିବେ ମାସ୍କ

17/03/2020 at 2:45 PM

ଭୁବନେଶ୍ବର ।୩: କରୋନା ମୁକାବିଲା ପାଇଁ ପରିବହନ କାର୍ଯ୍ୟାଳୟରେ କଟକଣା । ଯେଉଁମାନଙ୍କର କାମ ନାହିଁ, ସେମାନଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି । ନିହାତି କାମ ଥିଲେ ଆସନ୍ତୁ, ଯେଉଁମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ମେସେଜ୍ ଯିବ, ସେମାନେ ଆସିବେ । ଦିନକୁ ୫୦ରୁ ଅଧିକ ଲୋକ ଆସିବେ ନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଏହାସହ ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ମନ୍ତ୍ରୀ ଆଲୋଚନା କରିଛନ୍ତି । ବସ୍ ରେ ଓଭର ଲୋଡ୍ ପାସେଞ୍ଜର ନନେବାକୁ ପରାମର୍ଶ ଦିଆଯାଇଛି । ବସ୍ ଗୁଡିକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀଙ୍କ ସହ ବସ୍ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ଉଭୟ ସରକାରୀ ଓ ଘରୋଇ ବସ୍ ପାଇଁ ଲାଗୁ ହେବ । ବସଷ୍ଟାଣ୍ଡରେ ଅଧିକ ଗହଳି ନକରିବାକୁ ନିବେଦନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଦେଶରେ ୧୩୧ ଜଣ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟରେ ଜଣଙ୍କଠାରେ କରୋନା ଭାଇରସ୍ ରହିଛି । ଏହି ରୋଗୀ ପ୍ରାୟ ୫୩ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ବରରୁ ଫେରିଥିଲେ। ସମ୍ପୃକ୍ତ ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।

   Related Posts