ଓଲଟିଲା ଯାତ୍ରୀବାହୀ ବସ୍, ଅନେକ ଯାତ୍ରୀ ଆହତ

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ ୨୦।୦୮: ଜାତୀୟ ରାଜପଥରେ ଓଲଟିଲା ଯାତ୍ରାବାହୀ ବସ୍‌ । ଦୁର୍ଘଟଣାଗ୍ରସ୍ତ ବସ୍‌ରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଦିଲ୍ଲୀରୁ ବିହାର ମଧୁବନୀ ଯାଉଥିବା ବସ୍‌ ବୁଧବାର ଦିନ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଗ୍ରା-ଲକ୍ଷ୍ନୌର ଏକ୍ସପ୍ରେସ୍‌ ହାଇଓ୍ୱେର ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ୪୫ଜଣ ଯାତ୍ରୀଙ୍କୁ ନେଇ ବସ୍‌ ଇଟାଓ୍ୱା ଜିଲ୍ଲା ପାରି ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ ୧୬ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ସେହିପରି ବସ୍‌ରେ ଯାଉଥିବା ସମସ୍ତ ଯାତ୍ରୀ ଶ୍ରମିକ ଶ୍ରେଣୀର ବୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.