‘ପୂଜାରାଣୀ’ ଧକ୍କାରେ ସ୍କୁଟି ଚାଳକ ମୃତ
16/02/2020 at 11:44 AM

କରଞ୍ଜିଆ ୧୬।୦୨: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରୋଡ କେନ୍ଦୁମୁଣ୍ଡି ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ବ କରିଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ କରଞ୍ଜିଆ ଆସୁଥିଲା ପୂଜାରଣୀ ବସ୍ । ତେବେ କେନ୍ଦୁମୁଣ୍ଡି ନିକଟରେ ସ୍କୁଟିରେ ଆସୁଥିବା ଜଣେ ଯୁବକ ତଳେ ପଡିଯାଇଥିଲା । ପଛରେ ଆସୁଥିବା ବସ୍ଟି ସ୍କୁଟି ଚାଳକ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା । ବସ୍ ଡ୍ରାଇଭର ଓ ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏବଂ ତଦନ୍ତ ଜାରି ରଖିଛି ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023