AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ରାସ୍ତାକଡ଼ରେ ଥିବା ଟ୍ରକ୍‌କୁ ଧକ୍କା ଦେଲା ବସ୍‌, ମାଲକାନଗିରିରୁ ଭୁବନେଶ୍ୱର ଆସୁଥିଲା ବସ୍‌

10/12/2022 at 1:11 PM

ନଦୀ ବନ୍ଧ ତଳକୁ ଖସିଲା ବୋଲେରୋ

ମାଲକାନଗିରି ୧୦।୧୨ : OSRTC ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ନିକଟରେ ଏହି ସରକାରୀ ବସ୍‌ର ଦୁର୍ଘଟଣା ଘଟିଛି । ଏଥିରେ ଡ୍ରାଇଭରଙ୍କ ସମେତ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଯାହାପରେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ମାଲକାନଗିରିରୁ ଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା OSRTCର ଏକ ଏସି ଡିଲକ୍ସ ବସ୍‌ । ହେଲେ ଶ୍ରୀକାକୁଲମ୍‌ ନିକଟରେ ବସ୍‌ଟି ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଯାହାଫଳରେ ଗାଡିର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି ଏହା ସହ କିଛି ଯାତ୍ରୀ ମଧ୍ୟ ଆହତ ହୋଇଥିବା ମଧ୍ୟ ଜଣାପଡିଛି ।

ତେବେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ ସ୍ଥାନୀୟ ଲୋକେ ଏବଂ ଆନ୍ଧ୍ରପ୍ରଦେଶ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ମେଡିକାଲକୁ ପଠାଯାଇଛି । ଘଟଣା ଉପରେ ନଜର ରଖିଛନ୍ତି ମାଲକାନଗିରି ଜିଲ୍ଲାପାଳ ।

   Related Posts