ବସ୍-ଟ୍ରକ ମୁହାଁମୁହିଁ ଧକ୍କା ; ୯ ମୃତ, ୩୦ ଆହତ
31/12/2022 at 8:44 AM

ସୁରତ ୩୧।୧୨ : ଗୁଜୁରାଟ ନବସାରି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛନ୍ତି ।
ଖବର ଅନୁଯାୟୀ, ଏକ ବିଳାସପୂର୍ଣ୍ଣ ବସ୍ଟି ଯାତ୍ରୀ ନେଇ ଅହମ୍ମଦାବାଦରୁ ଭାଲସାଦ ଅଭିମୁଖେ ଯାଉଥିଲେ । ଜାତୀୟ ରାଜପଥ ନବସାରୀ ଜିଲ୍ଲା ବେସ୍ବା ଗାଁ ନିକଟରେ ବସ୍ଟି ସାମ୍ନା ପଟୁ ଆସୁଥିବା ଏକ ଫର୍ଚ୍ୟୁନର କାର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦାମୀ କାର୍ଟି ପୁରା ନଷ୍ଟ ହୋଇଯାଇଛି ।
ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ ।
ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳର ତୁରନ୍ତ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି । ପ୍ରଥମେ ମୃତାହତଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଦୁର୍ଘଟଣା କିଭଳି ପରିସ୍ଥିତିରେ ହେଲା ? ଓ କାହା ଭୁଲ ପାଇଁ ହେଲା ? ସେନେଇ ଖୋଳତାଡ ଜାରି ରହିଛି ।