ରାସ୍ତାକଡ଼କୁ ଓଲଟିଲା ବସ୍‌, ଗାଡିରେ ଥିଲେ ଏକାଧିକ ଯାତ୍ରୀ

Published By : Prameya-News7 Bureau | January 12, 2023 IST

ସୋନପୁର ୧୨।୦୧ : ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ । ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଭୁଦୋବର ପୋଖରୀ ନିକଟରେ ଏକ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ପୁରୀରୁ ପାତାଲି ଶ୍ରୀକ୍ଷେତ୍ରକୁ ଆସୁଥିବା ଏକ ଓଏସଆରଟିସି ବସ୍ ଅନ୍ୟ ଏକ ଗାଡିକୁ ରାସ୍ତା ଛାଡ଼ିବା ବେଳେ ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଭୁଦୋବର ପୋଖରୀ ନିକଟରେ ରାସ୍ତା କଡକୁ ଖସି ପଡ଼ିଛି। ଗୁରୁବାର ଦିନ ଭୋର୍ ସମଯରେ ଏହି ଦୁର୍ଘଟଣାଟି ଘଟିଛି ।

ତେବେ ବସ୍‌ରେ କର୍ମଚାରୀଙ୍କ ସମେତ ୩ ରୁ ୪ ଜଣ ଥିଲେ । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଯାତ୍ରୀମାନଙ୍କୁ ସେମାନଙ୍କ ସମ୍ପର୍କୀୟ ଆସି ନେଇ ଯାଇଥିବା ବେଳେ ବସ୍‌ଟି ରାସ୍ତା କଡ଼ରେ ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.