ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣା, ୧୦ ଜଣ ଆହତ

Published By : Prameya-News7 Bureau | January 05, 2023 IST

ସାନଖେମୁଣ୍ଡି ୦୫।୦୧ : ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଦୁର୍ଘଟଣା । ମହାଲକ୍ଷ୍ମୀ ନାମକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୦ରୁ ଅଧି ଯାତ୍ରୀ ଆହତ ହୋଇଛନ୍ତି । ସାନଖେମୁଣ୍ଡ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛି ।  

{"id":729214,"width":723,"height":445,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଅଡବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ମହାଲକ୍ଷ୍ମୀ ବସ୍‌ । ଅଧାରାସ୍ତାରେ ବ୍ରେକ୍‌ ଫେଲ୍‌ ହେବା ଯୋଗୁଁ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛି । ହେଲେ ଡ୍ରାଇଭରଙ୍କ ଉପସ୍ଥିତି ବୃଦ୍ଧି ଯୋଗୁଁ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଯାତ୍ରୀ ।

{"id":729215,"sizeSlug":"full","linkDestination":"none"}

ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପାଟପୁର ପୋଲିସ ପହଁଚି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.