ଓଲଟିଲା 'ସାଇକୃପା' ବସ୍ : ଜଣେ ମୃତ, ୩୦ ଆହତ

Published By : Prameya-News7 Bureau | July 06, 2022 IST

ରାୟଗଡ଼ା ୦୬।୦୭:  ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିଛି ଗୁରୁତର ହୋଇଥିବାରୁ ସେମାନଙ୍କୁ କୋରାପୁଟ ଓ ବ୍ରହ୍ମପୁର ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।

ଖବର ଅନୁଯାୟୀ, ପାରଳାଖେମୁଣ୍ଡି ଠାରୁ ଉମରକୋଟ ଯାଉଥିବା ସାଇକୃପା ନାମକ ଏକ ବସ୍ ରାତି ୧୧.୪୫ ସମୟରେ ରାୟଗଡ଼ା ଠାରୁ ୩୦ କିଲୋମିଟର ଦୂର ହାତୀଖମ୍ବ ଗାଁ ନିକଟରେ ଓଲଟି ପଡିଥିଲା। ବସ୍ ଦୃତ ଗତିରେ ଆସୁଥିବା ବେଳେ ଏକ ଗାଇ ହଠାତ୍ ଆସି ଯିବା କାରଣରୁ ନିୟନ୍ତ୍ରଣ ହରାଇବା ସହିତ ଓଲଟି ପଡିଥିଲା। ଫଳରେ ବସରେ ଥିବା ୪୦ ଜଣ ଯାତ୍ରୀ ମଧ୍ୟରେ ୩୦ ଜଣ ଆହତ ହୋଇଥିଲେ। ଏଭଳିକି ଘଟଣା ସ୍ଥଳରେ ହିଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଦମକଳବାହିନୀ ଓ ପୋଲିସ ପହଞ୍ଚି ସମସ୍ତ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଯୋଗୁଁ ଅନ୍ଧାରରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.