ରାସ୍ତାକଡ଼କୁ ଓଲଟିଲା ପିକ୍ନିକ୍ ବସ୍, ଯାତ୍ରୀଙ୍କୁ ଛାଡି ଫେରୁଥିଲେ ‘ଶ୍ରୀମନ୍ଦିର’
25/12/2022 at 12:17 PM

କେନ୍ଦ୍ରାପଡ଼ା ୨୫।୧୨ : କେନ୍ଦ୍ରପଡ଼ା ସଦର ଥାନା ଲୋକନାଥପୁର ଛକରେ ଦୁର୍ଘଟଣା । ରାସ୍ତାକଡ଼କୁ ଓଲଟିପଡିଲା ପିକ୍ନିକ୍ ବସ୍ । ଯେଉଁଥିରେ ଏକାଧିକ ଲୋକେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଅରଡ଼ପଲ୍ଲୀରେ ଏକ ପିକନିକ୍ ଦଳକୁ ଛାଡି କେନ୍ଦ୍ରାପଡା ଫେରୁଥିଲା । ଏହା ସମୟରେ ବସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିବା ଜଣାପଡିଛି l ଶ୍ରୀମନ୍ଦିର ନାମକ ନାମକ ଏହି ଘରୋଇ ବସ୍ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି l ଦୁର୍ଘଟଣାରେ ବସର ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି l ଉଭୟଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି l
Related Posts
ଅନ୍ତିମ ଯାତ୍ରାରେ ନବଦାସ, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଅନ୍ତିମ ବିଦାୟ
30 January 2023
ପାରିବାରିକ କଳହ ! ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ
30 January 2023