ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଗାଡିରେ ଥିଲେ ୫୦ରୁ ଅଧିକ ଯାତ୍ରୀ

Published By : Prameya-News7 Bureau | January 14, 2021 IST

କାମାକ୍ଷାନଗର ୧୪।୦୧: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାମିଆଳ ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା ।

{"id":391946,"sizeSlug":"large","linkDestination":"none"}

ଖବରଅନୁଯାୟୀ, ଯାତ୍ରୀବାହି ବସ୍‌ଟି ରାଉରକେଲାରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ବସ୍‌ର ପ୍ରାୟ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା । କିନ୍ତୁ କାମାକ୍ଷାନଗର ଥାନା ରାମିଆଳ ବ୍ରିଜ ନିକଟରେ ଯାତ୍ରୀବାହି ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିଲା ।

{"id":391947,"sizeSlug":"large","linkDestination":"none"}

ଯାହାଫଳରେ ଗାଡିରେ ଥିବା ୫୦ଜଣ ଯାତ୍ରୀଙ୍କ ମଧ୍ୟରୁ ୫ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.