ପୋଲ ତଳକୁ ଖସିଲା ଯାତ୍ରୀବାହୀ ବସ୍‌ : ୧୦ ମୃତ, ଅନେକ ଗୁରୁତର

Published By : Prameya-News7 Bureau | May 30, 2023 IST

ଶ୍ରୀନଗର ୩୦।୦୫: ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଅମୃତସରରୁ କଟରା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଖାଇକୁ ଖସିଲା । ଯେଉଁଥିରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

wp:html /wp:html

ଖବର ଅନୁଯାୟୀ, ଅମୃତସରକୁ ଜାମ୍ମୁ-କାଶ୍ମୀର କଟରା ଅଭିମୁଖେ ଯାଉଥିଲା ଏକ ଯାତ୍ରୀବାହୀ ବସ୍‌ ।ହେଲେ ଜମ୍ମୁ ଜିଲ୍ଲା କୋଟଲି ଅଞ୍ଚଳରେ ବସ୍‌ଟି ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଖସିପଡିଥିଲା । ଯାହାଫଳରେ ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ଜମ୍ମୁ ଠାରୁ ୩୫ କିମି ଦୂରରେ ଏହି ସ୍ଥାନଟି ଅବସ୍ଥିତ ରହିଛି ।

wp:html /wp:html

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲ ତଳକୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ହେଲେ ସେତେବେଳକୁ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ବାକି ଆହତ କିଛି ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିବା ପରେ ଉନ୍ନତ ଚିକିତ୍ସା ନିମନ୍ତେ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

You Can Read :

wp:embed {"url":"https://www.prameyanews7.com/dhoni-took-ipl-trophy-with-ravindra-jadeja-and-ambati-rayudu/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dhoni-took-ipl-trophy-with-ravindra-jadeja-and-ambati-rayudu/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.