ପୋଲ ତଳକୁ ଖସିଲା ଟୁରିଷ୍ଟ ବସ୍ ; ୨ ମୃତ, ୩୦ରୁ ଅଧିକ ଆହତ
23/01/2023 at 7:38 AM

ଢେଙ୍କାନାଳ ୨୩।୦୧ : ଢେଙ୍କାନାଳ NH-୫୫ର ପଞ୍ଚବଟୀ ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ । ପୋଲ ତଳକୁ ଖସି ପଡ଼ିଲା ନୀଳମାଧଵ ବସ୍ । ଏହି ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତ ମାନେ କେନ୍ଦ୍ରାପଡା ଇଚ୍ଛାପୁର ଅଞ୍ଚଳର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, କେନ୍ଦ୍ରାପଡାରୁ ଯାତ୍ରୀ ନେଇ ହରିଶଙ୍କର ଯାଇ ଫେରୁଥିବା ବେଳେ ବସ୍ ଟି ଢେଙ୍କାନାଳ ସଦର ପଞ୍ଚବଟୀ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା । ଯାହାଫଳରେ ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ କେନ୍ଦ୍ରାପଡା ଇଚ୍ଛାପୁର ରେଣୁବାଳା ଜେନା ଓ ବିଜୟ ଲଷ୍ମୀ ସ୍ୱାଇଁ ।

ସେହିପରି ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଯାତ୍ରୀ ଆହତ ହୋଇଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।