ପିକ୍‌ଅପ୍‌ ଗାଡିକୁ ଧକ୍କା ଦେଲା ‘ବଡ଼ପଣ୍ଡା’, ବସ୍‌ରେ ଥିଲେ ୪୦ରୁ ଅଧିକ ଯାତ୍ରୀ

Published By : Prameya-News7 Bureau | May 17, 2023 IST

ବୌଦ୍ଧ ୧୭।୦୫ : ଯାତ୍ରୀବାହୀ ବସ୍‌ ଏବଂ ପିକ୍‌ଅପ୍‌ ଗାଡି ମୁହାଁମୁହିଁ ଧକ୍କା । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ଚାରିଛକ ତହସିଲ ଅଫିସ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

{"id":787633,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ବଡ଼ପଣ୍ଡା ନାମକ ଏକ ଯାତ୍ରୀବାହୀ ବସଟି ବ୍ରହ୍ମପୁରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ହରଭଙ୍ଗା ବ୍ଲକ୍ ଚାରିଛକ ତହସିଲ କାର୍ଯ୍ୟାଳୟ ନିକଟରେ ସାମ୍ନାରୁ ଆସୁଥିବା ଏକ ମାଲ ବୋଝେଇ ପିକ ଅପ୍ ଗାଡ଼ି ସହିତ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପିକଅପ୍ ଗାଡ଼ି ଭିତରେ ହେଲପର ଚାପି ହୋଇ ରହିଥିଲେ । ପରେ ମେସିନ ସହାୟତାରେ କାଟି ହେଲ୍‌ପରଙ୍କୁ ଗାଡିରୁ ବାହାର କରାଯାଇଥିଲା । ତୁରନ୍ତ ତାଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।

{"id":787634,"sizeSlug":"full","linkDestination":"none"}

ସେପଟେ ଏହି ଦୁର୍ଘଟଣାରେ ଯାତ୍ରୀବାହୀ ବସ୍‌ରେ ଥିବା ପ୍ରାୟ ୧୦ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ମଧ୍ୟ ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସରେ ଥିବା ପ୍ରାୟ ୪୦ରୁ ଅଧିକ ଯାତ୍ରୀ  ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପରେ ସେମାନଙ୍କୁ ଏକ ଗାଡି ଯୋଗେ  ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଛି । ପୁରୁଣା କଟକ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.