ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
19/01/2023 at 11:59 AM

ବୌଦ୍ଧ ୧୯।୦୧ : ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୪ଜଣ ଆହତ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜାତୀୟ ରାଜପଥ କରଡ଼ାକୋଠାରେ ଏହି ଦୁର୍ଘଟଣା ଘଟିଛି । ଆହତ ଯାତ୍ରୀଙ୍କୁ ପୁରୁଣାକଟକ ମେଡ଼ିକାଲରେ ଭର୍ତି କରାଯାଇଛି। ପୋଲିସର ତଦନ୍ତ ଜାରି ।

ଖବର ଅନୁଯାୟୀ ବେଲୁନ ନାମକ ଘରୋଇ ବସ ଭୁବନେଶ୍ୱରରୁ ଉଲୁଣ୍ଡା ଆସୁଥିଲା । ଏହି ସମୟରେ ପୁରୁଣାକଟକ ଥାନା ଜାତୀୟ ରାଜପଥ କରଡ଼ାକୋଠା ଠାରେ ଭାରସାମ୍ୟ ହରାଇ ସେଫଟି ପୋଲରେ ବାଡେଇ ହୋଇ ଡ୍ରେନ ଭିତରକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ବସରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତିଯାଇଥିଲେ ।

ସେପଟେ ଆହତଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଅନ୍ୟ ଯାତ୍ରୀ ମାନଙ୍କୁ ଆଉ ଏକ ବସ ଯୋଗେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।