ଭଦ୍ରକ ୦୪।୦୫: ଟ୍ରେନ ରେ ଆସୁଥିବା ପ୍ରବାସୀ ଓଡ଼ିଆ ଙ୍କୁ ନେବାକୁ ଯାଉଥିଲା ବସ୍ । କିନ୍ତୁ ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡ଼ିଲା । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘଟିଛି ଦୁର୍ଘଟଣା ।
{"id":264344,"sizeSlug":"large"}![](https://www.prameyanews7.com/wp-content/uploads/2020/05/WhatsApp-Image-2020-05-04-at-09.48.36-1-750x1000.jpeg)
ସୂଚନାଯୋଗ୍ୟ ଯେ, ଟ୍ରେନ ଯୋଗେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ବାଲେଶ୍ୱର ଜିଲ୍ଲାରୁ ଆଶୀର୍ବାଦ ନାମକ ଏକ ଘରୋଇ ବସ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଭଣ୍ଡାରିପୋଖରୀ ଥାନା ଆସାମ ପେଟ୍ରୋଲ ଟାଙ୍କି ନିକଟରେ ବସ ଟି ଭାରସାମ୍ୟ ହରାଇ ରାସ୍ତା କଡ଼ କୁ ଓଲଟି ପଡିଥିଲା । ଦୁର୍ଘଟଣା ସମୟ ରେ ବସ ରେ ଡ୍ରାଇଭର ଓ ହେଲପର ଥିଲେ । ଦୁଇଜଣ ସୁସ୍ଥ ଥିବାର ସୂଚନା ମିଳିଛି ।