LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟ୍ରକକୁ ଧକ୍କା ଦେଲା ‘ଶୁଭଲକ୍ଷ୍ମୀ’, ବସ୍‌ରେ ଥିବା ୫ ଯାତ୍ରୀ ଆହତ

2/04/2023 at 8:18 AM

ଭଦ୍ରକ ୦୨।୦୪ : ଭଦ୍ରକ ଜିଲ୍ଲା ଛପୁଲିଆ ନିକଟରେ ଦୁର୍ଘଟଣା । ୧୬ ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା ବସ୍‌ । ଯେଉଁଥିରେ ପାଞ୍ଚ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶୁଭଲକ୍ଷ୍ମୀ ନାମକ ଏକ ବସ୍‌ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା । ଏହି ସମୟରେ ଭଦ୍ରକ ଜିଲ୍ଲା ଛପୁଲିଆ ନିକଟରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ବସ୍‌ । ଯାହାଫଳରେ ବସ୍‌ର ବାମ ପାର୍ଶ୍ୱରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ କିଛି ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ଫେରିଥିବା ସୂଚନା ମିଳିଛି ।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସ୍‌ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀମାନେ ଦୁର୍ଘଟଣା ପରେ ଫେରାର ହୋଇଥିବା ସୂଚନା ମିଳିଛି ।

   Related Posts