ଭାରସାମ୍ୟ ହରାଇ ଓଲଟିଲା ବସ୍ , ୧୧ ଆହତ
8/11/2020 at 8:07 AM

ଭଦ୍ରକ ୦୮।୧୧: ଭାରସାମ୍ୟ ହରାଇ ଓଲଟିଲା ବସ୍ । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶୁଳପୁର ଛକ ନିକଟରେ ଭାରସାମ୍ୟ ହାରାଇ ବସଟି ଓଲଟି ପଡ଼ିବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୧ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ଦୁର୍ଘଟଣାରେ ସୌଭାଗ୍ୟ ବଶତଃ ବସଟି ଓଲଟି ପଡ଼ିବା ସତ୍ତ୍ବେ ପୋଲ ବାଡ଼ରେ ଲାଗି ଯିବାରୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି। ବସଟି ଭଦ୍ରକରୁ ବାଲେଶ୍ବର ଅଭିମୁଖେ ଯାଉଥିବା ଜଣାପଡ଼ିଛି । ବସର ନାଁ ରହିଛି ସାନୁ ଏବଂ ମାନୁ ।
Related Posts
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ; ଜଣେ ଆହତ
29 May 2023