ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଜଗନ୍ନାଥ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ବସ୍‌କୁ ଧକ୍କା ଦେଲା କଣ୍ଟେନର୍‌…

5/02/2023 at 1:16 PM

ବରଗଡ଼ ୦୫।୦୨ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟୁରିଷ୍ଟ ବସ୍‌କୁ ପଛପଟୁ ଧକ୍କା ଦେଲା କଣ୍ଟେନର । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାତ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବରଗଡ଼ରୁ ରାୟପୁର ୫୩ ନମ୍ବର ଜାତୀୟ ରାଜପଥ ସୋହେଲା କଲେଜ ପାଖରେ ଦୁର୍ଘଟଣା ଘଟିଛି । ଏକ ଟୁରିଷ୍ଟ ବସ୍‌କୁ ପଛପଟୁ ଧକ୍କା ଦେଲା କଣ୍ଟେନର ।  ଘଟଣାସ୍ଥଳରେ ଜଣେ ମୃତ୍ୟୁ ହୋଇଥିବା ସାତ ଜଣ  ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ତେବେ ବସର ସମସ୍ତ ଯାତ୍ରୀ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର  ଏବଂ ମୃତ ବ୍ୟକ୍ତିଙ୍କ ନାଁ ଅଶୋକ ଚିନ୍ଦୁଆର୍ଦେ ବୋଲି ଜଣାପଡିଛି ।

ବସରେ ସମୁଦାୟ ୪୫ ଜଣ ଯାତ୍ରୀ ଚାରି ଧାମ ଯାତ୍ରାକୁ ବାହାରିଥିବା ବେଳେ ପୁରୀ ଜଗନ୍ନାଥ ଧାମ ଦର୍ଶନ କରି ମହାରାଷ୍ଟ୍ରକୁ ଫେରୁଥିଲେ । ତେବେ ସୋହେଲାର ଏକ ଢାବା ସମ୍ବୁଖରେ ଚା ପିଇବା ପାଇଁ ଅଟକି ଥିବା ବେଳେ ଏକ କଣ୍ଟେନର ପଛପଟୁ ବସକୁ ଧକ୍କା ଦେଇଥିଲା । ଏବେ ଘଟଣା ସ୍ଥଳରୁ କଣ୍ଟେନର ଡ୍ରାଇଭର ଫେରାର ଥିବା ବେଳେ ସୋହେଲା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଏହାର ଅଧିକ ତଦନ୍ତ ଜାରି ରଖିଛି ।

   Related Posts