ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31/01/2023 at 8:11 AM

ବୌଦ୍ଧ ୩୧।୦୧ : ବୌଦ୍ଧ ରାଧାନଗର ଠାରେ ଆମ୍ବୁଲାନ୍ସ ସହିତ ପିଟି ହେଲା ଯାତ୍ରୀବାହୀ ବସ୍ । ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଆହତ । ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ୪୫ ଜଣ ଯାତ୍ରୀ। ଆମ୍ବୁଲାନ୍ସଟି ବୌଦ୍ଧ ମେଡିକାଲ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।
ଖବର ଅନୁଯାୟୀ, ବୌଦ୍ଧରୁ ମିନାର ନାମକ ଏକ ଯାତ୍ରୀବାହୀ ବସ୍ ୪୫ ଜଣ ଯାତ୍ରୀ ଙ୍କୁ ନେଇ ଭୁବନେଶ୍ବର ଅଭିମୁଖେ ବାହାରିଥିବା ବେଳେ ହରଭଙ୍ଗା ବ୍ଲକ୍ ରଧାନଗର ଠାରେ ହଠାତ୍ ଏକ ଆମ୍ବୁଲାନ୍ସ ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଥିବା ବେଳେ ବସ ରେ ଥିବା ସମସ୍ତ ୪୫ ଜଣ ଯାତ୍ରୀ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତେବେ ଆହତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ଆମ୍ବୁଲାନ୍ସଟି ହାରଭଙ୍ଗା ଠାରୁ ଜଣେ ରୋଗୀକୁ ନେଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି।