ଘାଟି ତଳକୁ ଖସିଲା ବସ, ୨୦ ମୃତ

Published By : Prameya-News7 Bureau | July 04, 2022 IST

ନୂଆଦିଲ୍ଲୀ ୦୪/୦୭:  ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ଘାଟି ତଳକୁ ଖସିଲା ବସ୍ । ୨୦ ମୃତ । ଏହାସହ ୩ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, କୁଲ୍ଲୁ ଜିଲ୍ଲାର ସେଞ୍ଜ୍ ଅଞ୍ଚଳରେ ଏକ ଘରୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଜଙ୍ଗଲା ଗ୍ରାମରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ଘାଟି ତଳତୁ ଖସି ପଡିଥିଲା । ଏଥିରେ ୨୦ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଛାତ୍ରୀ ରହିଛନ୍ତି । ଏହାସହ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ବସ୍ ଡ୍ରାଇଭର, କର୍ମଚାରୀ ଓ ଜଣେ ଯାତ୍ରୀ ରହିଛନ୍ତି ।

wp:html /wp:html

କୁହାଯାଉଛି ଯେ, ଏବେବି ଏକାଧିକ ମୃତଦେହ ବସ୍ ମଧ୍ୟରେ ଫସି ରହିଛି । ଯାହାକୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହାପରେ ପରେ ହିଁ ମୃତକଙ୍କ ପ୍ରକୃତ ସଂଖ୍ୟା ବାବଦରେ ଜଣାପଡିବ । ତେବେ ଏହି ଅଘଟଣ ସକାଳ ୮ଟା ୪୫ରେ ହୋଇଥିଲା ବେଳେ ବସଟି ଶେନସରରୁ ଓଟ୍ ଯାଉଥିଲା ।

କୁଲ୍ଲୁ ଏସପିଙ୍କ କହିବାନୁସାରେ, ଏବେସୁଦ୍ଧା ୨୦ ଜଣ ପ୍ରାଣ ହରାଇଥିବା ଜଣାପଡୁଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.