ଗଛରେ ପିଟିହେଲା ଆରତୀ ଷ୍ଟିଲ ବସ୍, ଦୁଇ ମହିଳା ସମେତ ୬ ଯାତ୍ରୀ ଆହତ
26/05/2023 at 3:02 PM

ଢେଙ୍କାନାଳ ୨୬/୦୫: ଢେଙ୍କାନାଳ ଆରତୀ ଷ୍ଟିଲ ବସ ଦୁର୍ଘଟଣାଗ୍ରସ୍ତ । ଦୁଇ ମହିଳା ଯାତ୍ରୀ ସମେତ ୬ଜଣ କର୍ମଚାରୀ ଗୁରୁତର । ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଶଙ୍କରପୁର ରାସ୍ତାର ମହିଷାପାଟ ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନା ଥାଉକି, କର୍ମଚାରୀଙ୍କୁ ନେଇ ଆଠଗଡ଼ ଆରତୀ ଷ୍ଟିଲକୁ ଯାଉଥିଲା ବସ୍ । ବସ୍ ରେ ପାଖାପାଖି ୧୦ ରୁ ଅଧିକ କର୍ମଚାରୀ ଥିଲେ । ବସ୍ଟି ଯିବା ବେଳେ ଗଛରେ ଧକ୍କା ହୋଇଥିଲା । ଫଳରେ ୬ ଜଣ କର୍ମଚାରୀ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଗୁରୁତର ମାନେ ସମସ୍ତେ ଢେଙ୍କାନାଳ ଅଂଚଳର ।