ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଭାରସାମ୍ୟ ହରାଇ ନାଳ ମଧ୍ୟକୁ ଖସି ପଡିଲା ବସ୍, ୧୪ ଯାତ୍ରୀ ଆହତ

17/12/2020 at 10:33 AM

ବିଶ୍ରା,୧୭/୧୨:  ରାଉରକେଲାରୁ ବମ୍ବୁଆ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଏକ ନାଳ ମଧ୍ୟରୁ ଖସି ପଡ଼ିଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀମାନେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ସେମାନେ ସାମାନ୍ୟ ଆହତ ହୋଇଛନ୍ତି ।

ସୂଚନାନୁସାରେ, କହ୍ନେଇ ନାମକ ଏକ ଯାତ୍ରୀବାହୀ ବସ୍‌ (ଓଆର୧୪ପି୪୮୭୯) ବୁଧବାର ସଂଧ୍ୟା ସାଢ଼େ ୬ଟାସମୟରେ ରାଉରକେଲାରୁ ଯାତ୍ରୀଙ୍କୁନେଇ ବମ୍ବୁଆ ଅଭିମୁଖେ ଆସୁଥିଲା। ତେବେ ବିଶ୍ରାର ଆସିୟାନା କଲୋନୀ ନିକଟରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ।

ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାର ୧୦ ଫୁଟ ତଳେ ଏକ ନାଳ ମଧ୍ୟକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ବସିଥିବା ୧୪ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତେବେ ରାସ୍ତା ଖରାପ ପାଇଁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

   Related Posts