ବିଦ୍ୟୁତ୍ ତାର ଲାଗି ଜଳିଗଲା ଯାତ୍ରୀବାହୀ ବସ୍, ସମସ୍ତ ଯାତ୍ରୀ ଗୁରୁତର
9/02/2020 at 1:45 PM

ବ୍ରହ୍ମପୁର ୯।୨: ଜଳିଗଲା ଯାତ୍ରୀବାହୀ ବସ୍ । ବସ୍ ଜଳିଯିବା ଫଳରେ ପ୍ରାୟ ୪୦ଜଣ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଟୁଳୁ ନିକଟରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯାଇଛି । ୧୧କେ.ଭି. ବିଦ୍ୟୁତ୍ ତାର ଲାଗି ବସ୍ଟି ଜଳିଯାଇଥିବା ସୂଚନା ମିଳିଛି । ଫଳରେ ବସ୍ରେ ଥିବା ପ୍ରାୟ ୪୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
Related Posts
କୃତ୍ରିମ ଉପାୟରେ ଅଣ୍ଡାରୁ ବାହାରିଲା କୁମ୍ଭୀର ଶାବକ, ଦେଖନ୍ତୁ ଭିଡିଓ…
13 August 2022
୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
13 August 2022