ଇରାକ୍‌ରେ ଓଲଟିଲା ସିୟା ତୀର୍ଥ ଯାତ୍ରୀଙ୍କ ବସ୍, ୧୮ ମୃତ

Published By : Prameya-News7 Bureau | September 02, 2023 IST

ବଗଦାଦ ୨।୯: ଇରାକ୍‌ରେ ସିୟା ତୀର୍ଥ ଯାତ୍ରୀଙ୍କୁ କର୍ବଲା ନେଇ ଯାଉଥିବା ଏକ ବସ୍ ଶନିବାର ଉତ୍ତର ବଗଦାଦରେ ଓଲଟି ପଡିଛି। ଫଳରେ ଏଥିରେ ଯାତ୍ରା କରୁଥିବା ୧୮ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧିକାରୀମାନେ କହିଛନ୍ତିଯେ ମୃତକଙ୍କ ମଧ୍ୟରେ ୧୫ ପୁରୁଷ ଓ ୩ ମହିଳା ଅଛନ୍ତି। ଏହି ଦୁର୍ଘଟଣା ବଲାଦ ସହର ନିକଟରେ ହୋଇଛି। ଅଧିକାରୀଙ୍କ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ୬ ଜଣ ଇରାନୀ ନାଗରିକ ଥିବା ବେଳେ ଅଜ୍ଞାତ ଦେଶର ୬ ନାଗରିକ ଅଛନ୍ତି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ବସ ଚାଳକ, ତାଙ୍କ ପୁଅ ଓ ଅନ୍ୟ ୨ ଜଣ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

{"id":839431,"width":839,"height":472,"sizeSlug":"full","linkDestination":"none"}

ଇରାକରେ ଏବେ ଆର୍ବିନ ଉତ୍ସବ ପାଳନ ହେଉଛି। ଇରାକର ବିଭିନ୍ନ ସ୍ଥାନ ସମେତ ପଡୋଶୀ ଇରାନ ଓ ଉପସାଗରୀୟ ଦେଶମାନଙ୍କରୁ ତୀର୍ଥ ଯାତ୍ରୀ ଏବେ ଇରାକରେ ଏକଜୁଟ ହୋଇଛନ୍ତି। ଏଥିରେ କିଛି ତୀର୍ଥ ଯାତ୍ରୀ ଯାନବାହନରେ କର୍ବଲା ଯାଉଥିବା ବେଳେ ଅନେକ ପାଦରେ ଚାଲିଚାଲିଯାଉଛନ୍ତି। ଏଥିରେ ଏଥିରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣା ଲୋକଙ୍କୁ ବ୍ୟଥିତ କରିଛି. ଦୁର୍ଘଟଣା ସୂଚନା ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲା।

{"id":839434,"sizeSlug":"full","linkDestination":"none"}

ତେବେ ଏହି ଦୁର୍ଘଟଣାରେ କେତେଯାତ୍ରୀ ଆହତ ହୋଇଛନ୍ତି ସେମାନଙ୍କର ନିଶ୍ଚିତ ସଂଖ୍ୟା ଜଣାପଡି ନାହିଁ। ଇରାକ୍ ପ୍ରଧାନମନ୍ତ୍ରୀ ମୋହମ୍ମଦ ସିୟା ଅଲ ସୁଦାନୀ ମୃତ ତୀର୍ଥଯାତ୍ରୀଙ୍କ ନିମନ୍ତେ ଶୋକ ସମ୍ବେଦନା ପ୍ରକାଶ କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ସାଲମଚେହ ସୀମାରେ ତୀର୍ଥଯାତ୍ରୀଙ୍କ ପ୍ରବେଶକୁ ନିରୀକ୍ଷଣ କରୁଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଇରାନ ଉପରାଷ୍ଟ୍ରପତି ମହମ୍ମଦ ମୋଖବର ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ଦୁଇ ଦେଶର ନେତା ଏକ ରେଳ ପ୍ରକଳ୍ପନିମନ୍ତେ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଇରାନ ଓ ଇରାକ ମଧ୍ୟରେ ରେଳ ଯୋଗାଯୋଗ ସ୍ଥାପିତ ହୋଇପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.