ଯାତ୍ରୀବାହୀ ବସ୍-କାର୍ ମୁହାଁମୁହିଁ ଧକ୍କା : ଦୁଇ ମୃତ, ୩ ଗୁରୁତର
3/01/2023 at 10:11 AM

ଧର୍ମଗଡ଼ ୦୩।୦୧ : କେସିଙ୍ଗା-ଭାବନୀପାଟଣା ଜାତୀୟ ରାଜପଥ ୨୬ ଚାଞ୍ଚେର ନିକଟରେ ବସ୍ ଦୁର୍ଘଟଣା । ଯାତ୍ରୀବାହି ବସ୍ ଓ କାର୍ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଉମରକୋଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଦିଲଖୁସ୍ ନାମକ ଏକ ଯାତ୍ରୀବାହୀ ବସ୍ । ଭବାନୀପାଟଣା ଅଭିମୁଖେ ଆସୁଥିବା ଏକ କାର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଭବାନୀପାଟଣା ଏରିକେସନ କଲୋନୀର ଦିଲ୍ଲୀପ ଗୌଛାୟତ ଏବଂ ଦିନେଶ ନାୟକ ବୋଲି ଜଣାପଡିଛି ।

ସେହିପରି ଗୁରୁତର ଥିବା ବ୍ୟକ୍ତିଙ୍କ ନାମ ସୀତା ଗୋଛାୟତ, ମଧୁସ୍ମିତା ଗୋଛାୟତ ଏବଂ ସୌରଭ ଗୋଛାୟତ ବୋଲି ଜଣାପଡିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ସମସ୍ତେ ବରଗଡ଼ ଧନୁଯାତ୍ରା ଦେଖି ଭବାନୀପାଟଣାକୁ ଫେରୁଥିବା ସୂଚନା ମିଳିଛି l