ବାଇକ୍‌କୁ ଧକ୍କା ଦେଲା ବସ୍‌, ଜଣେ ଗୁରୁତର

Published By : Prameya-News7 Bureau | March 14, 2020 IST

ଭଦ୍ରକ ୧୪।୦୩:  ଭଦ୍ରକ ଧାମନଗର ରାସ୍ତା ର ଧାମନଗର ଖାନକା ନିକଟ ରେ ବାଇକକୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଗୁରୁତର ଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ବାସନ୍ତୀ ଦୁଗା ନାମକ ବାସ ଟି ଭଦ୍ରକ ରୁ ଦୋବଲ ଅଭିମୁଖେ ଯାଉଥିଲା । ଖାନକା ନିକଟ ରେ ଅପର ପାର୍ଶ୍ୱ ରୁ ଆସୁଥିବା ଜଣେ ବାଇକ ଆରୋହି ବସ କୁ ସାମ୍ନା ପଟୁ ଧକ୍କା ଦେଇଥିବା ସୁଚନା ମିଳିଛି । ବାଇକ ଆରୋହି ଙ୍କୁ ଗୁରୁତର ଅବସ୍ଥାରେ ରେ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ଧାମନଗର ପୋଲସ ବସ କୁ ଜବତ କରିଥିବା ବେଳେ ବସ ର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.