ବସ୍ ସହ ଧକ୍କା ହେଲା ବାଇକ୍, ଘଟଣାସ୍ଥଳରେ ଦୁଇ ମୃତ, ଜଣେ ଗୁରୁତର
14/12/2022 at 4:24 PM

ସୁନ୍ଦରଗଡ଼, ୧୪/୧୨: ସୁନ୍ଦରଗଡ଼ ହେମଗିରି ଥାନା ତୁମୁଳିଆ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍ ସହ ଏକ ବାଇକ୍ ଧକ୍କା ହୋଇଥିବା ଜଣାପଡ଼ିଛିି । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବସ୍ଟି ତୁମୁଳିଆରୁ ବ୍ରଜରାଜନଗର ଯାଉଥିବା ବେଳେ ଏହିି ଦୁର୍ଘଟଣା ଘଟିିଛି । ତେବେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିିଛି ।