ବାଇକ୍କୁ ଧକ୍କା ଦେଲା ବସ୍, ଜଣେ ମୃତ, ଜଣେ ଗୁରୁତର
12/09/2022 at 9:30 PM

ସାଲେପୁର, ୧୨/୦୯: କଟକ ସାଲେପୁର ରାସ୍ତା ପଦ୍ମପୁର ଜଗନ୍ନାଥ ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିିଛି । ବାଇକ୍କୁ ବସ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ବସକୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଛନ୍ତି । ମୃତକ ରବିନ୍ଦ୍ର ସେଠୀଙ୍କ ଘର ଜଗତପୁର ଥାନା ପଧାନପଡା ଗାଁରେ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଜଗତପୁର ପୋଲିସ ଲୋକଙ୍କୁ ବୁଝାସୁଝା ଜାରି ରଖିଛି । ରବିନ୍ଦ୍ରଙ୍କ ସହ ଥିବା ସହଯୋଗୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି ।ରବିନ୍ଦ୍ର ଓ ତାଙ୍କ ସହଯୋଗୀ ସାଲେପୁରରୁ ବାଇକରେ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିିଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023