ଯାତ୍ରୀବାହୀ ବସ ଓ ୧୦୮ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ୫ ଆହତ

Published By : Prameya-News7 Bureau | March 14, 2022 IST

ଭଞ୍ଜନଗର, ୧୪/୦୩: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ କରଡlବାଡି ଟୋଲ ଗେଟ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଓ ୧୦୮ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଛି l ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସାଇକ୍ରୀଷ୍ଣା ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ ୪୫ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଟୋଲଗେଟ ନିକଟରେ ବସ୍‌ଟି ସାମ୍ନା ପଟୁ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା l

ବସକୁ ଧକ୍କା ଦେଇ ଆମ୍ବୁଲାନ୍ସଟି ରାସ୍ତାକଡ଼କୁ ଓଲଟି ପଡିଥିଲl l ଆମ୍ବୁଲାନ୍ସରେ କେହି ରୋଗୀ ନଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ବସର କିଛି ଯାତ୍ରୀମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ସୋରଡ଼ା ଥାନା ପୋଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ସୋରଡ଼ା ମେଡିକାଲରେ ଭର୍ତ୍ତି କରିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.