ରାଜଧାନୀରେ ଜଳିଗଲା ବସ୍‌, ରାସ୍ତା କଡ଼ରେ ଛିଡା ହୋଇଥିଲେ ମିନି ବସ୍‌

Published By : Prameya-News7 Bureau | December 12, 2022 IST

ଭୁବନେଶ୍ୱର ୧୨।୧୨ : ରାସ୍ତା କଡ଼ରେ ଜଳିଗଲା ବସ୍ । ଭୁବନେଶ୍ବର କଟକ ରୋଡରେ ଜଳିଗଲା ମିନି ବସ୍ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ସୋମବାର ଭୋର୍ ୪ ଟା ବେଳେ ରାସ୍ତା କଡ଼ରେ ଏକ ମିନି ବସ୍ ହୁତୁ ହୁତୁ ହୋଇ ଜଳିଯାଇଥିଲା । ସ୍ଥାନୀୟ ଲୋକେ ବସ୍ ଜଳିବା ଦେଖି ଦମକଳ ବାହିନୀକୁ ତୁରନ୍ତ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁକୁ ଆୟତ୍ତ ପୂର୍ବରୁ ମିନି ବସଟି ସମ୍ପୂର୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ସମୟରେ ବସରେ କେହି ଯାତ୍ରୀ ନଥିଲେ।

ତେବେ କେଉଁ କାରଣରୁ ଗାଡ଼ିରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ହଠାତ ବସଟି ଏଭଳି ଜଳିଯିବା ପଛରେ କଣ ରହିଥିଲା କାରଣ ତାକୁ ନେଇ ପୋଲିସ୍ ଓ ଅଗ୍ନିଶମ ବାହିନୀ ତଦନ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.