ଓଲଟିଲା ଯାତ୍ରୀବାହୀ ବସ
31/05/2018 at 4:45 AM

ଅନୁଗୋଳ ଜରପଡା ଥାନା ତୁବେ ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ଏଥିରେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଏବେ ସେମାନେ ଠିକ ଥିବା ଡାକ୍ତର କହିଛନ୍ତି । ତିରୁପତି ନାମକ ଘରୋଇ ବସଟି ନୂଆପଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ତୁବେ ଛକଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ତେବେ ଡ୍ରାଇଭର ମଦ ପିଇ ବସରେ ଶୋଇଥିବା ବେଳେ ହେଲପର ଗାଡି ଚାଳନା କରୁଥିବାରୁ ଏପରି ଦୁର୍ଘଟଣା ହୋଇଥିବା ଯାତ୍ରୀମାନେ କହିଛନ୍ତି ।