ଖଣ୍ଡପଡ଼ା-ପୋସ୍କା ରାସ୍ତାରେ ରତାଖଣ୍ଡିଠାରେ ଗଛରେ ପିଟିହେଲା ବସ, ୬ ଗୁରୁତର

Published By : Prameya-News7 Bureau | October 29, 2018 IST

ନୟାଗଡ଼ ୨୯/୧୦: ନୟାଗଡ଼ରୁ ଢୋଲମରା ଯାଉଥିବା ସଲ୍‌ମା ନାମକ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟା ସାଢେ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି । ବସଟି ଖଣ୍ଡପଡ଼ା-ପୋସ୍କା ରାସ୍ତାରେ ରତାଖଣ୍ଡି ଠାରେ ଗଛରେ ପିଟିହୋଇ ଯିବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର୍ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.