ଫାଟିଗଲା ଯାତ୍ରୀବାହୀ ବସ୍‌ର ଚକା, ଭାରସାମ୍ୟ ହରାଇ ଖସିପଡିଲା ରାସ୍ତା କଡକୁ

Published By : Prameya-News7 Bureau | December 18, 2019 IST

ସୋର ୧୮।୧୨: ସୋର ତଳନଗରଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଚକା ଫାଟିଯିବାରୁ ଦୁର୍ଘଟଣା ହୋଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ଜଣ ଯାତ୍ରୀ । ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଛି ।

{"id":199161,"sizeSlug":"large"}

ସୂଚନାଯୋଗ୍ୟ ଯେ, ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ହଠାତ୍ ବସ୍ ର ଆଗ ଚକା ଫାଟିଯିବାରୁ ରୋଡ୍‌ ଡିଭାଇଡର କ୍ରସ୍ କରି ନୟନଯୋରୀରେ ପଶିଯାଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ବସରେ ଥିବା ୫୦ ଯାତ୍ରୀ ।

{"id":199162,"sizeSlug":"large"}

ଗ୍ରାଣ୍ଡ୍ ନାମକ ଘରୋଇ ବସ୍ କଲିକତାରୁ ଭୁବନେଶ୍ବର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନ୍ୟ ବସ୍‌ରେ ଗନ୍ତବ୍ୟସ୍ଥଳକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.