ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ

Published By : Prameya-News7 Bureau | August 10, 2022 IST

ସୋର ୧୦।୦୮: ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା। ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୭୦ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ୭ ଗୁରୁତରଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି l

ଖବର ଅନୁଯାୟୀ, ପଶ୍ଚିମବଙ୍ଗରୁ ପୁରୀକୁ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଆସୁଥିଲେ ତୀର୍ଥଯାତ୍ରୀ । ଆସିବା ବାଟରେ ମମତାଜ ନାମକ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପଶ୍ଚିମବଙ୍ଗ ଚବିଶପ୍ରଗଣା କାଚାରି ଅଞ୍ଚଳରୁ ପୁରୀ ଅଭିମୁଖେ ଆସୁଥିବା ଏହି ବସରେ ଶହେରୁ ଅଧିକ ଯାତ୍ରୀ ଥିଲେ l ଆହତଙ୍କୁ ସୋର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ l ଉଦ୍ଧାର କାର୍ଯ୍ୟରେ ୭ଟି ଆମ୍ବୁଲାନ୍ସ ଲାଗିଥିଲା l ଏଥିସହ ହେଲପିଂ ହେଣ୍ଡ ସ୍ବେଛl ସେବୀ ସଂଗଠନ, ପୋଲିସ ଓ ଦମକଳ ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଗୁରୁତର ଓ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.