ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା ବସ୍‌, ଅଧାରାସ୍ତାରେ ଘଟିଲା ଦୁର୍ଘଟଣା

Published By : Prameya-News7 Bureau | May 06, 2024 IST

ସୋନପୁର ୦୬।୦୫ : ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ୱରୀପାଲି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ । ଯେଉଁଥିରେ ଏକାଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଭୁବନେଶ୍ୱରରୁ ଏକ ଘରୋଇ ଯାତ୍ରୀବାହୀ ବସ୍ ୪୦ ଜଣ ଯାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିଲା । କିଛି ବାଟ ଯିବା ପରେ ଘଟିଲା ଅଘଟଣ । ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ୱରୀପାଲି ନିକଟରେ ହଠାତ୍‌ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ଆହତ ହୋଇଥିଲେ । ଯାହାଦ୍ୱାରା କି ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ କିଛି ଲୋକଙ୍କୁ ଛଡାଯାଇଛି । ହେଲେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୋନପୁର ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ଚିକିତ୍ସା ଜାରି ରହିଛି । 

ସେପଟେ ଦୁର୍ଘଟଣା ସଂପର୍କରେ ଖବର ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଜାରି ରଖିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.