ପିପିଲି ଟୋଲ୍‌ ଗେଟ୍‌ ନିକଟରେ ଓଲଟିଲା ବସ୍‌, ଜଣେ ମୃତ, ୨୦ ଆହତ

Published By : Prameya-News7 Bureau | August 12, 2022 IST

ନିମାପଡା ୧୨/୦୮: ପୁରୀ ରୋଡ୍‌ରେ ଦୁର୍ଘଟଣା । ଭୁବନେଶ୍ୱର- ପୁରୀ ରାସ୍ତାରେ ପଡ଼ୁଥିବା ପିପିଲି ନିକଟସ୍ଥ ଟୋଲ ପ୍ଲାଜା ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ଭରସାମ୍ୟ ହରାଇ ରାସ୍ତା କଡ଼କୁ ବସ୍‌ଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଫଳରେ ୨୦ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି । ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁସାରେ ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ଅସ୍ତରଙ୍ଗ ଅଭିମୁଖେ ଯାଉଥିଲା । ଅତ୍ୟଧିକ ସ୍ପିଡ଼ରେ ଆସୁଥିବାରୁ ଏହା ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା । ତେବେ ଉଦ୍ଧାର କର୍ଯ୍ୟ ଜାରି ରହିଥିବା ବେଳେ ଆହତମାନଙ୍କୁ ପିପିଲି ଓ ଭୁବନେଶ୍ୱର ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.