ନୋଏଡା ଏକ୍ସପ୍ରେସ-ଓ୍ବେରେ ଭୟଙ୍କର ବସ୍ ଦୁର୍ଘଟଣା; ଚାଲିଗଲା ୩ ଜଣକ ଜୀବନ, ୨୦ ଆହତ
18/12/2022 at 8:49 AM

ନୂଆଦିଲ୍ଳୀ, ୧୮/୧୨: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୨ ବସ୍ ସାମ୍ନା ସାମ୍ନି ଧକ୍କାରେ ୩ ମୃତ। ଗ୍ରେଟର ନୋଏଡା ଏକ୍ସପ୍ରେସ-ଓ୍ବେ ଠାରେ ରବିବାର ସକାଳେ ଦୁଇ ବସ୍ ମୁହାଁମୁହିଁ ଧକ୍କା ଫଳେର ୩ ଜଣକ ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣକ ଅବସ୍ଥା ଗୁରୁତର ରହିଛି। ତେବେ ଘଟଣାର ସୂଚନା ମିଳିବା ପରେ ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗ୍ରେଟର ନୋଏଡା ଏକ୍ସପ୍ରେସ ଓ୍ବେ ରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଯାଞ୍ଚ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିନଥିବାବେଳେ। କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ।
Related Posts
୭୦,୦୦୦ କର୍ମଚାରୀଙ୍କ ଛଟେଇ ମାନ୍ଦାବସ୍ଥାର ସଂକେତ କି ?
26 January 2023