ରାସ୍ତାକଡକୁ ଓଲଟିଲା ଯାତ୍ରାବାହୀ ବସ୍ ,୧୦ରୁ ଅଧିକ ଯାତ୍ରୀ ଆହତ

Published By : Prameya-News7 Bureau | December 01, 2019 IST

ନୟାଗଡ ୦୧।୧୨:  ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍ । ଖୋର୍ଦ୍ଧା –ବଲାଙ୍ଗୀର ଜାତୀୟ ରାଜପଥ ସପଡା ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ

{"id":192367,"sizeSlug":"large"}

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥର ସପଡା ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ମାଡ ହୋଇ  ଯାତ୍ରୀବାହୀ ବସ୍‌ଟି ରାସ୍ତା କଡକୁ ଓଲଟି ପଡିଛି । ବସ୍‌ରେ ଥିବା ୫୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁଇ ଜଣ ଯାତ୍ରୀ ଗାଡି ଭିତରେ ଚାପି ହୋଇ ରହିଥିବା ସୂଚନା ରହିଛି । ଭୁବନେଶ୍ବରରୁ ଫୁଲବାଣୀ ଯାଉଥିଲା ଫ୍ରେଣ୍ଡ୍‌ସ ନାମକ ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.