ମୟୁରଭଞ୍ଜ ଛେଳିଗୋଧୂଳି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ ; ୬ ଜଣ ଗୁରୁତର
29/09/2018 at 10:01 AM

ମୟୁରଭଞ୍ଜ ୨୯|୯: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ୪୯ ନମ୍ବର ଜାତୀୟ ରାଜପଥ ଛେଳିଗୋଧୂଳି ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ଓଲଟିପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଯଶୀପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସରେ ଥିବା ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । କୋଲକାତାରୁ ବଡ଼ବିଲ ଯାଉଥିଲା ‘ମା ଦୁର୍ଗା’ ବସ୍।
Related Posts
ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର
1 February 2023
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023