କରଞ୍ଜିଆ ୧୬।୧: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନାର ରଜବସା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ‘ସଂସ୍କାର’ ନାମକ ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ୬ଜଣ ଯାତ୍ରୀ ଆହତ ହୋଇ ଝୁମ୍ପୁରା ଓ ଚମ୍ପୁଆ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି ।
{"id":211853,"sizeSlug":"large"}![](https://www.prameyanews7.com/wp-content/uploads/2020/01/WhatsApp-Image-2020-01-16-at-8.25.56-AM-1.jpeg)
ଗତକାଲି ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥରେ ବସଟି ଦୁର୍ଘଟଣା ହୋଇଥିବା ଜଣାପଡିଛି । ବଡବିଲରୁ ଭୁବନେଶ୍ବର ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ ।