ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍, ଶିଶୁ ସମେତ ୬ ଆହତ
15/09/2022 at 4:51 PM

ଯାଜପୁର,୧୫/୦୯: ଯାଜପୁରରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିଥିବା ଜଣାପଡ଼ିଛି । ଅଳକୁଣ୍ଡରୁ ଯାଜପୁର ରୋଡ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ‘ସୀମା’ କୋରାଇ ଥାନା ଧନେଶ୍ୱର ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ଦୁର୍ଘଟଣାରେ ଜଣେ ଶିଶୁ ସମେତ ୬ ଜଣ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି ।
Related Posts
ବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023